ଟ୍ରଲିରେ ମୃତଦେହ ବୁହାଯିବା ଘଟଣା: ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ 

ଭୁବନେଶ୍ୱର: ରାଜଧାନୀରେ ଟ୍ରଲିରେ ମୃତଦେହ ବୁହାଯିବା ଘଟଣାକୁ ନେଇ ଆଜି ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏନେଇ କମିଶନ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ନୋଟିସ୍ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ କୁହାଯାଇଛି। ଗତକାଲି ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରସାରିତ ହେବାପରେ ବିଏମସିର ଚେତା ପଶିଛି। ଅଚିହ୍ନା କିମ୍ବା ଦାବିଦାର ନ ଥିବା ମୃତଦେହକୁ ଏଣିକି ଶବଦାହ ଗାଡ଼ିରେ ନିଆଯିବାକୁ ନିଷ୍ପତ୍ତି ହୋଇଛି। ବିଏମସି […]

rikshaw

rikshaw

Rakesh Mallick
  • Published: Monday, 29 February 2016
  • Updated: 29 February 2016, 03:25 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀରେ ଟ୍ରଲିରେ ମୃତଦେହ ବୁହାଯିବା ଘଟଣାକୁ ନେଇ ଆଜି ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି। ଏନେଇ କମିଶନ ଭୁବନେଶ୍ୱର ମହାନଗର ନିଗମ (ବିଏମସି)କୁ ନୋଟିସ୍ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ କୁହାଯାଇଛି।

ଗତକାଲି ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରସାରିତ ହେବାପରେ ବିଏମସିର ଚେତା ପଶିଛି। ଅଚିହ୍ନା କିମ୍ବା ଦାବିଦାର ନ ଥିବା ମୃତଦେହକୁ ଏଣିକି ଶବଦାହ ଗାଡ଼ିରେ ନିଆଯିବାକୁ ନିଷ୍ପତ୍ତି ହୋଇଛି। ବିଏମସି କର୍ପୋରେସନ ଫଣ୍ଡରୁ ଏଥିଲାଗି ଅର୍ଥ ଖର୍ଚ୍ଚ କରାଯିବ। ଶବଦାହ ବାବଦକୁ ସରକାର ଦେଉଥିବା ୬ଶହ ଟଙ୍କା ରାଶିକୁ ବଢ଼ାଇବା ଲାଗି ଅନୁରୋଧ କରାଯିବ ବୋଲି ବିଏମସି ମେୟର  ଅନନ୍ତ ନାରାୟଣ ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos