ଧବଳେଶ୍ୱର ପୀଠରେ ହଜାରହଜାର ଭକ୍ତ

ଆଠଗଡ଼: ନୂଆବର୍ଷ ପାଇଁ ଆଠଗଡ଼ର ଧବଳେଶ୍ୱର ପୀଠ ଚଳଚଞ୍ଚଳ ହୋଇଉଠିଛି। ହଜାର ହଜାର ଶ୍ରଦ୍ଧାଳୁ ଧାଡ଼ିରେ ଯାଇ ବାବାଙ୍କୁ ଦର୍ଶନ କରିଛନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଆଜି ସକାଳ ୪ଟାରେ ମନ୍ଦିର ପହଡ ଖୋଲାଯାଇ ମଙ୍ଗଳ ଆଳତୀ ଓ ମଇଲମ୍‌ ଆଦି ନୀତିକାନ୍ତି ହୋଇଥିଲା। ପରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା। ଭକ୍ତମାନେ ଧାଡିରେ ଶୃଙ୍ଖଳିତ ଭାବେ ଯାଇ ବାବାଙ୍କୁ ଦର୍ଶନ କରିଥିଲେ।