ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ପ୍ରସ୍ତୁତି ବୈଠକ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ସାଂସ୍କୃତିକ କମିଟି, ଖାଦ୍ୟପେୟ କମିଟି, ଚାର କମିଟି, ଗୋପପୁର କମିଟିରେ ପରିବର୍ତ୍ତନ କରାଯାଇ ନୂଆ ଓ ପୁରୁଣା ସଦସ୍ୟଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସାଉଣ୍ଡ, ଆଲୋକ ସଜ୍ଜା, ଲୋକଗୀତ ଓ ଲୋକନୃତ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ରାଜ୍ୟ ତଥା ରାଜ୍ୟ […]

baragada

baragada

Rakesh Mallick
  • Published: Saturday, 07 November 2015
  • Updated: 08 November 2015, 05:59 AM IST

Sports

Latest News

ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ସାଂସ୍କୃତିକ କମିଟି, ଖାଦ୍ୟପେୟ କମିଟି, ଚାର କମିଟି, ଗୋପପୁର କମିଟିରେ ପରିବର୍ତ୍ତନ କରାଯାଇ ନୂଆ ଓ ପୁରୁଣା ସଦସ୍ୟଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ସାଉଣ୍ଡ, ଆଲୋକ ସଜ୍ଜା, ଲୋକଗୀତ ଓ ଲୋକନୃତ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବହାରୁ କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବାକୁ ସ୍ଥିର କରାଯାଇଛି। ବୈଠକରେ ଧନୁଯାତ୍ରା କମିଟି ସଭାପତି ତଥା ଜିଲ୍ଲାପାଳ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରୀଆ, ବରଗଡ଼ ବିଧାୟକ, ସାଂସଦଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ଜାନୁଆରୀ ୧୪ରେ ଧନୁଯାତ୍ରା ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos