ବେଦାନ୍ତ କାରଖାନା ସମ୍ମୁଖରେ ବିସ୍ଥାପିତଙ୍କ ଧାରଣା

ଝାରସୁଗୁଡ଼ା: ଚାକିରି, ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଆଦି ଦାବିରେ ଆଜି ଝାରସୁଗୁଡ଼ା ସ୍ଥିତ ବେଦାନ୍ତ କାରଖାନା ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ବିସ୍ଥାପିତ ଲୋକେ।

ସମଲେଶ୍ୱରୀ କଲୋନୀରେ ରହୁଥିବା ୧୯ଟି ପରିବାରର ସଦସ୍ୟଙ୍କୁ ଚାକିରି ଦେବା ସହିତ ବୃଦ୍ଧବୃଦ୍ଧାଙ୍କୁ କଂପାନୀ ପକ୍ଷରୁ ଭତ୍ତା ପ୍ରଦାନ ଓ କଳୋନୀର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଆଜି ସକାଳୁ ବିସ୍ଥାପିତମାନେ ଧାରଣାରେ ବସିଥିଲେ।

ଏହି ସବୁ ଦାବି ପ୍ରସଙ୍ଗରେ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଯାଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ସେମାନେ ଧାରଣା ଦେଇଥିଲେ।