ଢେଙ୍କାନାଳ: ଝାରପଡ଼ା ଜେଲରୁ ଜାମିନରେ ଯାଇ ପ୍ରଭାକରଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ଝାରପଡ଼ା ଜେଲରେ ଥିବା ଜଣେ କଏଦୀ ପ୍ରଭାକର ମିଶ୍ର ଓରଫ ସିପକ ଜାମିନରେ ତାଙ୍କ ଘର ଢେଙ୍କାନାଳ ସହର ଗୁଡିଆନାଳୀ ଅଞ୍ଚଳକୁ ଯାଇ ଆତ୍ମହତ୍ୟା କରିଛନ୍ତି। ଭୁବନେଶ୍ୱରରେ ରହୁଥିବା ବେଳେ ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଦେଢ ବର୍ଷ ହେଲା ସେ ଝାରପଡ଼ା ଜେଲରେ ଥିଲେ। ସପ୍ତାହକ ତଳେ ସେ ଜାମିନରେ ଘରକୁ ଯାଇଥିଲେ। ଲୋକଲଜ୍ଜା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ସୁଇସାଇଡାଲ୍ ନୋଟରେ ଲେଖିଛନ୍ତି। ଏହାସହ ସେ ଲେଖିଛନ୍ତି ଯେ, ତାଙ୍କ ନାଁରେ ଆସିଥିବା ଅଭିଯୋଗ ମିଥ୍ୟା। ପୋଲିସ ମୃତଦେହ ଜବତ କରି ତଦନ୍ତ ଚଳାଇଛି।