ଢେଙ୍କାନାଳ: ଢେଙ୍କନାଳ ଜିଲ୍ଲା ଭୂଷଣ ଷ୍ଟିଲ୍ କମ୍ପାନୀ ମୁଖ୍ୟ ଫାଟକରେ ଆଜି ସକାଳେ ତାଳବାହାଳି ଗାଁର ମହିଳା ଓ ଗ୍ରାମବାସୀମାନେ ତାଲା ପକାଇଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଗାଁରେ ପାନୀୟ ଜଳ ସମସ୍ୟା ଓ କିସିନ୍ଦା ନାଳରେ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜି ପର୍ଯ୍ୟନ୍ତ କମ୍ପାନୀ ପ୍ରତିଶ୍ରୁତି ପୂରଣ କରି ନ ଥିବା ପ୍ରତିବାଦରେ ଆଜି ସକାଳେ ଗାଁର ଶତାଧିକ ମହିଳା ଭୂଷଣ କମ୍ପାନୀ ଫାଟକରେ ତାଲା ପକାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।