ଢେଙ୍କାନାଳ: ଜଙ୍ଗଲରୁ ନିଆଁ ଲାଗି  ୩୨ ବଖରା ଘର ଭସ୍ମୀଭୂତ

ଢେଙ୍କାନାଳ: ଢେଙ୍କନାଳ ଜିଲ୍ଳା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ  ତିଳେଇମୁଣ୍ଡା କୁଲ୍ହସାହିରେ ଜଙ୍ଗଲରୁ ନିଆଁ ଲାଗି ଗତକାଲି ୧୧ଟି ପରିବାରର ୩୨ ବଖରା ଘର ଜଳିଯାଇଛି। । ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଥିଲା।  ଲୋକେ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା ବିପନ୍ନମାନେ ଅଭିଯୋଗ କରିଛନ୍ତି । ଘର ପୋଡ଼ିଯିବା ପରେ ବିପନ୍ନମାନେ  ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି।

ଆଜି ଘଟଣାସ୍ଥଳକୁ ତହସିଲଦାର ଯାଇଥିବା ବେଳେ ବିପନ୍ନଙ୍କୁ ରିଲିଫ୍ ଦେବାକୁ ବିଡିଓଙ୍କୁ କୁହାଯାଇଛି ବୋଲି କାମାକ୍ଷାନଗର ଉପଜିଲ୍ଳାପାଳ ମନୋଜ ବେହେରା କହିଛନ୍ତି ।