ଢେଙ୍କାନାଳ: ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିଷ ପିଇ ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ: ଜିଲ୍ଲାପାଳଙ୍କ ଅଫିସ ଆଗରେ ଆଜି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କ ନାଁ ଆଶିଷ ମଲ୍ଲିକ। ଘର ଭୁବନ ବ୍ଲକର ଗୁଣ୍ଠିକାଟେଣୀ ଗାଁରେ। ଋଣ କରି ଚାଷ କରିଥିବା ଆଶିଷ ଫସଲ ନଷ୍ଟ ହୋଇଯିବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ବିଷ ପିଇବାକୁ ଉଦ୍ୟମ କରୁଥିବାବେଳେ ଘଟଣାସ୍ଥଳରେ ଉପସ୍ଥିତ ପୋଲିସ ସେଥିରୁ ତାଙ୍କୁ ନିବୃତ କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।