ବରଗଡ଼ରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲାରେ ପୁଣି ଜଣେ ଚାଷୀ ଜୀବନ ହାରିଲେ। ଭେଡେନ୍ ବ୍ଲକ୍ ନୂଆପଲ୍ଲୀ ଗାଁରୁ ଆସିଛି ଏହି ଅଭିଯୋଗ। ଆତ୍ମହତ୍ୟା କରିଥିବା ଚାଷୀ ହେଉଛନ୍ତି ଶତ୍ରୁଘ୍ନ ବେରିହା। ଅଭିଯୋଗ ଅନୁଯାୟୀ, ଶତ୍ରୁଘ୍ନ ଧାର ଉଧାର କରି ୪ ଏକର ଜମିରେ ଧାନ ଚାଷ କରିଥିଲେ। ଗତ ୧୯ ତାରିଖ କାଳବୈଶାଖୀ ବର୍ଷାରେ ଖଳାରେ କଟା ହୋଇ ପଡ଼ିଥିବା ଧାନସବୁ ଭିଜି ନଷ୍ଟ ହୋଇଯାଇଥିଲା। ଏଥିରେ ଚିନ୍ତାଗ୍ରସ୍ତ ଥିବା ଶତ୍ରୁଘ୍ନ ଆଜି ଦିନ ପ୍ରାୟ ଗୋଟାଏ ବେଳେ […]

farmers suicide

farmers suicide

Rakesh Mallick
  • Published: Friday, 26 May 2017
  • Updated: 26 May 2017, 11:11 PM IST

ବରଗଡ଼: ବରଗଡ଼ ଜିଲ୍ଲାରେ ପୁଣି ଜଣେ ଚାଷୀ ଜୀବନ ହାରିଲେ। ଭେଡେନ୍ ବ୍ଲକ୍ ନୂଆପଲ୍ଲୀ ଗାଁରୁ ଆସିଛି ଏହି ଅଭିଯୋଗ। ଆତ୍ମହତ୍ୟା କରିଥିବା ଚାଷୀ ହେଉଛନ୍ତି ଶତ୍ରୁଘ୍ନ ବେରିହା। ଅଭିଯୋଗ ଅନୁଯାୟୀ, ଶତ୍ରୁଘ୍ନ ଧାର ଉଧାର କରି ୪ ଏକର ଜମିରେ ଧାନ ଚାଷ କରିଥିଲେ।

ଗତ ୧୯ ତାରିଖ କାଳବୈଶାଖୀ ବର୍ଷାରେ ଖଳାରେ କଟା ହୋଇ ପଡ଼ିଥିବା ଧାନସବୁ ଭିଜି ନଷ୍ଟ ହୋଇଯାଇଥିଲା। ଏଥିରେ ଚିନ୍ତାଗ୍ରସ୍ତ ଥିବା ଶତ୍ରୁଘ୍ନ ଆଜି ଦିନ ପ୍ରାୟ ଗୋଟାଏ ବେଳେ ନିଜ ଜମିରେ କିଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭେଡେନ୍ ଡାକ୍ତରଖାନା ଓ ପରେ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos