ଜି.ଉଦୟଗିରି: ସ୍କୁଲ ଗେଟରେ ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର

ଜି.ଉଦୟଗିରି: ଜି.ଉଦୟଗିରି ଥାନା ରାଇକିଆ ଉଚ୍ଚ ପ୍ରାଥମିକ ସ୍କୁଲ ଗେଟରେ ମାଓବାଦୀଙ୍କ ଧମକପୂର୍ଣ୍ଣ ବ୍ୟାନର ଲାଗିଛି। ଧଳା ବ୍ୟାନର ତଳେ ସିପିଆଇ ମାଓବାଦୀ ବୋଲି ଉଲ୍ଲେଖ ରହିଛି। ଏନେଇ ଗାଁ ଲୋକେ ଥାନାକୁ ଖବର ଦେଇଥିଲେ। ପୋଲିସ ଗାଁରେ ପହଞ୍ଚ ବ୍ୟାନର ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଓବାଦୀଙ୍କ ନାଁରେ ବ୍ୟାନର ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ଆଇଆଇସି ଲକ୍ଷ୍ମୀକାନ୍ତ ତିୱାରି କହିଛନ୍ତି,“ସ୍କୁଲ ଗେଟ୍‌ ମରାଯାଇଥିବା ବ୍ୟାନରକୁ ଜବତ କରିଛୁ। ତଦନ୍ତ ପରେ ଜଣାପଡ଼ିବ ଏହି ବ୍ୟାନର କିଏ ମାରିଛି।”