ଗଜଭିୟେଙ୍କ ବିବାଦୀୟ ଜମି ପ୍ରସଙ୍ଗ: ଜବରଦଖଲ ଜମିକୁ ଦଖଲ କଲା ପ୍ରଶାସନ

ଗୋପ: ପୁରୀ ଜିଲ୍ଲା ଗୋପ ତହସିଲ୍ ଅଞ୍ଚଳରେ ନିଲମ୍ୱିତ କେନ୍ଦ୍ରପଡ଼ା ଏସ୍‌ପି ସତୀଶ ଗଜଭିୟେଙ୍କ ପତ୍ନୀ ରଞ୍ଜନା ଗଜଭିୟେଙ୍କ ନାଁରେ ଥିବା ଜବରଦଖଲ ଜମିକୁ ବୁଧବାର ପ୍ରଶାସନ ନିଜ ଦଖଲକୁ ନେଇଛି।  ସେଠାରେ ଗୋପ ତହସିଲଦାର ନାଲି ପତାକା ପୋତିଛନ୍ତି। ଗତ ୮ ତାରିଖରେ ବିବାଦୀୟ ଜବରଦଖଲ ଜମିର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା। ଗୋପ ଅତିରିକ୍ତ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସରକାରୀ ଅମିନ,ରାଜସ୍ୱ ବିଭାଗ କର୍ମଚାରୀ ଓ ଏକ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ […]

satish gajbheye

satish gajbheye

Rakesh Mallick
  • Published: Wednesday, 10 February 2016
  • Updated: 10 February 2016, 09:38 AM IST

Sports

Latest News

ଗୋପ: ପୁରୀ ଜିଲ୍ଲା ଗୋପ ତହସିଲ୍ ଅଞ୍ଚଳରେ ନିଲମ୍ୱିତ କେନ୍ଦ୍ରପଡ଼ା ଏସ୍‌ପି ସତୀଶ ଗଜଭିୟେଙ୍କ ପତ୍ନୀ ରଞ୍ଜନା ଗଜଭିୟେଙ୍କ ନାଁରେ ଥିବା ଜବରଦଖଲ ଜମିକୁ ବୁଧବାର ପ୍ରଶାସନ ନିଜ ଦଖଲକୁ ନେଇଛି।  ସେଠାରେ ଗୋପ ତହସିଲଦାର ନାଲି ପତାକା ପୋତିଛନ୍ତି।

ଗତ ୮ ତାରିଖରେ ବିବାଦୀୟ ଜବରଦଖଲ ଜମିର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା। ଗୋପ ଅତିରିକ୍ତ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସରକାରୀ ଅମିନ,ରାଜସ୍ୱ ବିଭାଗ କର୍ମଚାରୀ ଓ ଏକ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା।

ସତୀଶ ଗଜଭିୟେଙ୍କ ପତ୍ନୀ ରଞ୍ଜନା ଗଜଭିୟେ କିଛି ପ୍ରଭାବଶାଳୀ ଲୋକଙ୍କ ସହ ମିଶି ବଡକିଆପାଳ ଓ ସାନକିଆପାଳ ମୌଜା ଅନ୍ତର୍ଗତ କାଦୁଆ ନଦୀ ପଠାରେ ୯୦ ଏକର ଜମିରେ ବିଶାଳ ମାଛ ପୋଖରୀ ନିର୍ମାଣ ଘଟଣା ପଦାକୁ ଆସିବା ପରେ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଥିଲା। ଅନୁସନ୍ଧାନରୁ ରଞ୍ଜନା ମାତ୍ର ୮ ଏକର ଜମି କିଣି ଥିବା ଜଣାପଡ଼ିଥିଲା। ଗତ ଡିସେମ୍ବର ୨୮ ତାରିଖରେ ମାସକ ମଧ୍ୟରେ ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ନୋଟିସ୍ ପରେ ଜବରଦଖଲ ଉଚ୍ଛେଦ କାମ ଆରମ୍ଭ ହୋଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos