ଗଞ୍ଜାମ: ବାଡୁଲାପଲ୍ଲୀ ଗାଁରେ ହାତୀ ଉପଦବ୍ର

ଆସିକ: ଗଞ୍ଜାମ ଜିଲ୍ଲା ଝରିପାଲି ପଞ୍ଚାୟତ ବାଡୁଲାପଲ୍ଲୀ ଗାଁକୁ ଏକ ୫ ଟିକିଆ ହାତୀପଲ ପଶିଆସି ବ୍ୟାପକ ଭାବେ ଧାନ ଫସଲକୁ କ୍ଷତି ଘଟାଇଛନ୍ତି। ଫଳରେ ପ୍ରାୟ ୫୦ଟି ଚାଷୀ ପରିବାର କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ପାଇଁ ସଂପୃକ୍ତ ଚାଷୀମାନେ ଦାବି କରିଛନ୍ତି। ସେପଟେ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରହିଛି।