ସମ୍ବଲପୁର: ଗ୍ୟାସ ଚୁଲା ମରାମତି ବେଳେ ନିଆଁ ଲାଗି ୫ ଆହତ

ସମ୍ୱଲପୁର: ସାକ୍ଷୀପଡା ଅଞ୍ଚଳରେ ଶନିବାର ସଂଧ୍ୟାରେ ରୋଷେଇ ଗ୍ୟାସ ଚୁଲା ମରାମତି କରୁଥିବା ବେଳେ ନିଆଁ ଲାଗିଯାଇ ୫ ଜଣ ଆହତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ଅଛି। ସେମାନଙ୍କୁ ସମ୍ୱଲପୁର ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ୨ ଜଣ ନାବାଳିକା, ମେକାନିକ ରାଜୁ ମହାରଣା,ଜଣେ ମହିଳା ଓ ଜଣେ ପୁରୁଷ ଅଛନ୍ତି ବୋଲି ଜଣାପଡିଛି।