ଗୋଳରହାଟ ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କଲେ ବୈଜୟନ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳରହାଟ ଗାଁକୁ ସ୍ଥାନୀୟ ସାଂସଦ ବୈଜୟନ୍ତ ପଣ୍ଡା ଆଦର୍ଶ ଗ୍ରାମ ଭାବେ ଘୋଷଣା କରିଛନ୍ତି। ଏହାସହ ଗାଁର ଉନ୍ନତିମୂଳକ କାର୍ଯ୍ୟ ଓ ପ୍ରଶାସନିକ ସ୍ତରରେ କ’ଣ ଉଦ୍ୟମ କରାଯାଇଛି ସେ ନେଇ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ପ୍ରକଳ୍ପ ନିର୍ଦ୍ଦେଶକ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଗାଁରେ ଶସ୍ୟ ଅମଳ ଖଳା ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଏହାସହ ଜଳ, ପରିମଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଅନେକ ଯୋଜନାର ଅଗ୍ରଗତି ନେଇ ସାଂସଦ ପଣ୍ଡା ସମୀକ୍ଷା କରିଥିଲେ।