ଗୁଣପୁର: ମଳମୁକ୍ତ ଗାଁ ଟିକରପଡା

ଗୁଣପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକର ଟିକରପଡା ହୋଇଛି ମଳମୁକ୍ତ ଗାଁ। ଗାଁର ସମସ୍ତ ୧୧୮ ପରିବାର ଘରୋଇ ପାଇଖାନା ନିର୍ମାଣ କରିବା ପରେ ଏହି ସମ୍ମାନ ପାଇଛି। ରବିବାର ଏ ନେଇ ଟିକରପଡା ଗାଁରେ ଅନୁଷ୍ଠିତ ଏକ ଉତ୍ସବରେ ଜିଲ୍ଲା ଜଳ ଓ ପରିମଳ ମିଶନ୍ ପକ୍ଷରୁ ଏହା ଘୋଷଣା କରାଯାଇଛି।

ଆୟୋଜିତ ଉତ୍ସବରେ ଗୁଣପୁର ଉପଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ଜଳ ଓ ପରିମଳ ମିଶନ୍ ନିର୍ବାହୀ ଯନ୍ତ୍ରୀ ନିରଞ୍ଜନ ସାହୁ,ରାମନାଗୁଡା ବ୍ଳକ୍ ଅଧକ୍ଷ ପୁରୁଷତମ ଗମାଙ୍ଗ ଯୋଗଦେଇଛନ୍ତି