ହୀରାକୁଦ ସରକାରୀ ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ସିଡିଏମ୍‌ଓ ଅଫିସ୍ ଘେରିଲା ଯୁବ ବିଜେଡି

ସମ୍ବଲପୁର: ହୀରାକୁଦ ସରକାରୀ ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ  ଆଜି ଯୁବ ବିଜୁ ଜନତା ଦଳ ପକ୍ଷରୁ ସମ୍ୱଲପୁର ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।  ଦଳ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତିଙ୍କ ନେତୃତ୍ୱ ରେ ଦଳୀୟ କର୍ମୀମାନେ ସିଡିଏମଓଙ୍କୁ ଡାକ୍ତରଖାନାର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ହୀରାକୁଦରେ ୩୦ ହଜାରରୁ ଅଧିକ ଲୋକ ବାସ କରୁଥିବା ବେଳେ ସେଠାରେ ଥିବା ସରକାରୀ ଡାକ୍ତରଖାନାରେ ଡାକ୍ତର ଓ ଟେକନିସିଆନଙ୍କ ଅଭାବ ରହିଛି। ଏକ୍ସ-ରେ ଭଳି ନିହାତି ଆବଶ୍ୟକ […]

sbp

sbp

Rakesh Mallick
  • Published: Wednesday, 16 March 2016
  • Updated: 16 March 2016, 02:26 PM IST

Sports

Latest News

ସମ୍ବଲପୁର: ହୀରାକୁଦ ସରକାରୀ ଡାକ୍ତରଖାନାର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ  ଆଜି ଯୁବ ବିଜୁ ଜନତା ଦଳ ପକ୍ଷରୁ ସମ୍ୱଲପୁର ସିଡିଏମଓଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା।  ଦଳ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତିଙ୍କ ନେତୃତ୍ୱ ରେ ଦଳୀୟ କର୍ମୀମାନେ ସିଡିଏମଓଙ୍କୁ ଡାକ୍ତରଖାନାର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

ହୀରାକୁଦରେ ୩୦ ହଜାରରୁ ଅଧିକ ଲୋକ ବାସ କରୁଥିବା ବେଳେ ସେଠାରେ ଥିବା ସରକାରୀ ଡାକ୍ତରଖାନାରେ ଡାକ୍ତର ଓ ଟେକନିସିଆନଙ୍କ ଅଭାବ ରହିଛି। ଏକ୍ସ-ରେ ଭଳି ନିହାତି ଆବଶ୍ୟକ ମେସିନ୍ ଅଚଳ ହୋଇ ପଡ଼ି ରହିଛି, ନିରାମୟ ଯୋଜନାରେ ଅନେକ ଔଷଧ ଉପଲବ୍ଧ ହେଉ ନାହିଁ ବୋଲି ଆନ୍ଦୋଳନକାରୀମାନେ କହିଥିଲେ। ଏହାଛଡ଼ା ସେଠାରେ ୧୦୮ ଓ ୧୦୨ ଆମ୍ବୁଲାନସ ସେବା ମଧ୍ୟ ମିଳୁନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ।

 ସବୁ ସମସ୍ୟାର ସମାଧାନ ପର୍ଯ୍ୟାୟକ୍ରମେ କରାଯିବ ବୋଲି ସିଡିଏମ୍‌ଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos