ହୀରାକୁଦ ଡ୍ୟାମରେ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର: ସମ୍ବଲପୁର ହୀରାକୁଦ ଡ୍ୟାମକୁ ଆସିଥିବା ବିଦେଶାଗତ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ୧୪ଟି ସେକ୍ଟରରେ ୧୪ଟି ଟିମ୍‌ ଏହି ଗଣନା କାର୍ଯ୍ୟ କରାଯାଉଛି। ଏଥିପାଇଁ ଟିମ୍‌ ମୋଟର ବୋଟ୍‌ର ସହାୟତା ନେବା ସହ ଜିପିଏସ୍‌ ଓ ବାଇନାକୁଲାର ବ୍ୟବହାର କରିଛନ୍ତି। ପ୍ରତିବର୍ଷ ନଭେମ୍ବର ମାସରେ ଏହି ସ୍ଥାନକୁ ବିଦେଶୀ ପକ୍ଷୀମାନେ ଆସିଥାନ୍ତି। ରୁଷିଆ ଓ ସାଇବେରିଆ ସମେତ ଅନ୍ୟ ଶୀତ ପ୍ରଧାନ ଦେଶମାନଙ୍କରୁ ପକ୍ଷୀମାନେ ଏଠାକୁ ଆସିଥାନ୍ତି।