ବିଜେଡିରେ ମିଶିଲେ କେନ୍ଦ୍ରାପଡ଼ାର ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ତଥା ଆଳି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଧନ ରଞ୍ଜନ ବୋଷଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଓ ନେତା ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ସ୍ୱାଗତ କରିଥିଲେ। ଆଳି ଅଞ୍ଚଳର ଏହି କଂଗ୍ରେସ କର୍ମୀମାନେ ବିଜେଡିରେ ଯୋଗ ଦେବା ପରେ ଦଳ ଅଧିକ ମଜଭୁତ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।