ଜଗତସିଂହପୁର: ଗୋବର୍ଦ୍ଧନପୁର ଗାଁରେ ବ୍ୟାପୁଛି ଡେଙ୍ଗୁ, ୫୦ରୁ ଅଧିକ ଆକ୍ରାନ୍ତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗୋବର୍ଦ୍ଧନପୁର ଗାଁରେ ବ୍ୟାପୁଛି ଡେଙ୍ଗୁ ରୋଗ। ଗାଁରେ ୫୦ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏସବୁ ଲୋକେ ସ୍ଥାନୀୟ ମଣିଜଙ୍ଗା, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଡେଙ୍ଗୁ ରୋଗୀଙ୍କ ପାଇଁ  ସ୍ଥାନୀୟ ମଣିଜଙ୍ଗା ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ସୁବିଧା ନଥିବା ଅଭିଯୋଗ ହୋଇଛି। ରକ୍ତ ନମୂନା ପାଇଁ କୌଣସି ସୁବିଧା […]

dangu

dangu

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 03:36 AM IST

Sports

Latest News

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗୋବର୍ଦ୍ଧନପୁର ଗାଁରେ ବ୍ୟାପୁଛି ଡେଙ୍ଗୁ ରୋଗ। ଗାଁରେ ୫୦ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏସବୁ ଲୋକେ ସ୍ଥାନୀୟ ମଣିଜଙ୍ଗା, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଡେଙ୍ଗୁ ରୋଗୀଙ୍କ ପାଇଁ  ସ୍ଥାନୀୟ ମଣିଜଙ୍ଗା ଏପରିକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ସୁବିଧା ନଥିବା ଅଭିଯୋଗ ହୋଇଛି। ରକ୍ତ ନମୂନା ପାଇଁ କୌଣସି ସୁବିଧା ନଥିବାରୁ ଲୋକଙ୍କୁ କଟକ ଯିବାକୁ ପଡୁଥିବା ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି। ସେପଟେ ଅଞ୍ଚଳରେ ଡେଙ୍ଗୁ ରୋଗ ବ୍ୟାପୁଥିବା କଥାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସ୍ୱୀକାର କରିଥିବା ବେଳେ ଏଥିପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos