ମଦ୍ୟପର ବାଇକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ; ଲୋକେ ଜାଳି ଦେଲେ ମଦ ଦୋକାନ

ଜଗତସିଂହପୁର: ଜଣେ ମଦ୍ୟପର ବାଇକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁକୁ କେନ୍ଦ୍ର କରି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରାରେ ଆଜି ସୃଷ୍ଟି ହୋଇଥିଲା ଉତ୍ତେଜନା। ମଦ ଦୋକାନ ସାମ୍ନାରେ ଏହି ଦୁର୍ଘଟଣା ଘଟିଥିବାରୁ ଉତ୍ତ୍ୟକ୍ତ ଲୋକେ ଉକ୍ତ ମଦ ଦୋକାନରେ ନିଆଁ ଲଗାଇ ଦେବା ସହ ୧୦ଟି ବାଇକ୍ ପୋଡ଼ି ଦେଇଛନ୍ତି।

ଆଜି ଅପରାହ୍ନରେ ଘଟିଥିଲା ଏହି ଦୁର୍ଘଟଣା। କଢ଼ାଙ୍ଗ ଗାଁର କଳ୍ପନା ବେଉରା ପଞ୍ଚାୟତ କାର୍ଯ୍ୟାଳୟରୁ ଫେରୁଥିବା ବେଳେ ସରକାରୀ ମଦ ଦୋକାନ ପାଖରେ ଜଣେ ମଦ୍ୟପ ବାଇକ୍ ଚାଳକ ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।