ଜୟପୁର: ଛାତ୍ରୀକୁ ମାଡ଼ ମାରିବା ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

ଜୟପୁର: ନନ୍ଦପୁର ଥାନା ଅନ୍ତର୍ଗତ ବଡ ହଂଜର ସେବାଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ମାଡରେ ଜଣେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ଆଖିରେ ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ପାଡୁଆ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନାଯୋଗ୍ୟ, ପ୍ରଧାନଶିକ୍ଷକ ଅର୍ଜୁନ ପ୍ରଧାନଙ୍କ ମାଡରେ ଛାତ୍ରୀ ମମତା ପୂଜାରୀଙ୍କୁ ଡାହାଣ ଅଖିରେ ଆଘାତ ଲାଗିଥିଲା। ପ୍ରଥମେ ତାଙ୍କୁ ପାଡୁଆ ପିଏଚସିରେ ଚିକିତ୍ସା କରାଯାଇଥିଲା। ହେଲେ ଏହା ସମ୍ପୂର୍ଣ୍ଣ ଠିକ ହୋଇନାହିଁ। ତାକୁ ଅଧିକ ଚିକିତ୍ସା ପାଇଁ କୋରାପୁଟ ଆଣଶଯିବ ବୋଲି ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।