ଯାଜପୁର: ଅଗ୍ନିକାଣ୍ଡରେ ୩ ଗୋରୁ ଜୀବନ୍ତଦଗ୍ଧ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ମଧୁପୁର ଗ୍ରାମର କୌଳାଶ ଦାଶଙ୍କ ଗୁହାଳ ସମେତ ୩ ବଖରା ଘର ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଛି। ଏହାଛଡ଼ା ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।  ଅଗ୍ନି ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।