ଯାଜପୁର: ବେଙ୍ଗବାବା ଆଶ୍ରମ ଉଚ୍ଛେଦ, ସରକାରୀ ଖାତାକୁ ଫେରିଲା ୨୦ ଡିସିମିଲ୍ ଜମି

ଯାଜପୁର: ଯାଜପୁର ଜିଲ୍ଳା ଧର୍ମଶାଳା ତହସିଲ ରାଧାନଗରରେ ଥିବା ବେଙ୍ଗବାବାଙ୍କ ଆଶ୍ରମରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ୨୦ ଡିସିମିଲ ଜମି ଉପରେ ଗଢି ଉଠିଥିବା ବେଙ୍ଗ ଓରଫ ଶତୃଘ୍ନ ମଳିକଙ୍କ ଆଶ୍ରମକୁ ଧର୍ମଶାଳା ତହସିଲଦାର ରଂଜନ କୁମାର ଜେନାଙ୍କ ଉପସ୍ଥିତରେ ଉଚ୍ଛେଦ କରାଯାଇଛି। ଫଳରେ ସରକାରୀ ଖାତାକୁ ଫେରିଛି ୨୦ ଡିସିମିଲ ଜମି। ରାଜ୍ୟର ବିଭିନ୍ନ ସ୍ଥାନରେ ବାବା ମାନଙ୍କ କାଳାକାରନାମା ପଦାକୁ ଆସିବା ପରେ ବେଆଇନ ଭାବେ ଗଢିଉଠିଥିବା ଆଶ୍ରମଗୁଡିକୁ ଚିହ୍ନଟ କରି ସେଗୁଡିକୁ […]

banga-baba-ashrama

banga-baba-ashrama

Rakesh Mallick
  • Published: Wednesday, 07 October 2015
  • Updated: 07 October 2015, 12:44 PM IST

Sports

Latest News

banga-baba-ashramaଯାଜପୁର: ଯାଜପୁର ଜିଲ୍ଳା ଧର୍ମଶାଳା ତହସିଲ ରାଧାନଗରରେ ଥିବା ବେଙ୍ଗବାବାଙ୍କ ଆଶ୍ରମରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ୨୦ ଡିସିମିଲ ଜମି ଉପରେ ଗଢି ଉଠିଥିବା ବେଙ୍ଗ ଓରଫ ଶତୃଘ୍ନ ମଳିକଙ୍କ ଆଶ୍ରମକୁ ଧର୍ମଶାଳା ତହସିଲଦାର ରଂଜନ କୁମାର ଜେନାଙ୍କ ଉପସ୍ଥିତରେ ଉଚ୍ଛେଦ କରାଯାଇଛି। ଫଳରେ ସରକାରୀ ଖାତାକୁ ଫେରିଛି ୨୦ ଡିସିମିଲ ଜମି। ରାଜ୍ୟର ବିଭିନ୍ନ ସ୍ଥାନରେ ବାବା ମାନଙ୍କ କାଳାକାରନାମା ପଦାକୁ ଆସିବା ପରେ ବେଆଇନ ଭାବେ ଗଢିଉଠିଥିବା ଆଶ୍ରମଗୁଡିକୁ ଚିହ୍ନଟ କରି ସେଗୁଡିକୁ ଉଚ୍ଛେଦ କରିବା ଲାଗି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ରାଧାନଗର ଠାରେ ଗଢିଉଠିଥିବା ଏହି ବେଆଇନ ଆଶ୍ରମକୁ ତହସିଲ ପକ୍ଷରୁ ଚିହ୍ନଟ କରାଯାଇଥିଲା। ଏହାପରେ ବେଙ୍ଗବାବା ଆଶ୍ରମକୁ ଉଚ୍ଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଅବଧି ଶେଷ ପରେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ରମକୁ ଭାଙ୍ଗି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos