ଯାଜପୁର: ପାଣି ପମ୍ପ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ  

ଯାଜପୁର: ଯାଜପୁର ରୋଡ୍ କାନାଡ଼ା ବ୍ୟାଙ୍କ ସମ୍ମୁଖରେ  ଥିବା ଏକ ପାଣି ପମ୍ପ୍ ଦୋକାନରେ  ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଏକ ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ପୋଡ଼ି ଯିବା ସହ ନୂଆ ମୋଟର ପମ୍ପ ସହ କମ୍ପ୍ୟୁଟର ସାମଗ୍ରୀ ଓ ଆସବାବପତ୍ର ଜଳିଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଜି ସକାଳେ  ଦୋକାନରେ  କେହି ନ ଥିବା ବେଳେ ସଟର ତଳୁ ଧୂଆଁ ବାହାରୁଥିବା […]

f

f

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 11:35 AM IST

ଯାଜପୁର: ଯାଜପୁର ରୋଡ୍ କାନାଡ଼ା ବ୍ୟାଙ୍କ ସମ୍ମୁଖରେ  ଥିବା ଏକ ପାଣି ପମ୍ପ୍ ଦୋକାନରେ  ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଏକ ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ପୋଡ଼ି ଯିବା ସହ ନୂଆ ମୋଟର ପମ୍ପ ସହ କମ୍ପ୍ୟୁଟର ସାମଗ୍ରୀ ଓ ଆସବାବପତ୍ର ଜଳିଯାଇଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଆଜି ସକାଳେ  ଦୋକାନରେ  କେହି ନ ଥିବା ବେଳେ ସଟର ତଳୁ ଧୂଆଁ ବାହାରୁଥିବା ଦେଖି ପଡୋଶୀ ଦୋକାନୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ତ ଘଟିଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ବ୍ୟବସାୟୀ ଏସ.କେ ସାକିର କହିଛନ୍ତି, “ଆଜି ସକାଳେ  ଦୋକାନରେ ନିଆଁ ଲାଗିଯାଇଥିବା  ପଡୋଶୀ ଦୋକାନୀ ଦେଖିଥିଲେ। ସଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିକାଣ୍ଡରେ ପ୍ରାୟ ୫ରୁ ୬ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos