ମାଓ ସଙ୍ଗଠନକୁ ଫେରିବା ଅଭିଯୋଗରେ ୩ ଗିରଫ

ଯାଜପୁର: ମାଓବାଦୀ ସନ୍ଦେହରେ ଯାଜପୁରରେ ୩ ଜଣ ଗିରଫ ହୋଇଛନ୍ତି। କାଳିଆପାଣି ପୋଲିସ ଏମାନଙ୍କୁ ଗିରଫ କରିଛି। ଗିରଫ ତିନିଜଣ ହେଲେ ରବି ମୁର୍ମୁ, ରମେଶ ମାଝୀ ଓ ଅଭିମନ୍ୟୁ ମହାନ୍ତ। ଏମାନେ ପୂର୍ବରୁ ଆନ୍ନା ରେଡ୍ଡି ସଂଗଠନର ସଦସ୍ୟ ଥିଲେ।

୨୦୧୪ରେ ଏମାନେ ଆତ୍ମସମର୍ପଣ କରିଥଲେ। ପୁଣି ଥରେ ମାଓ ସଂଗଠନକୁ ଫେରିବା ଅଭିଯୋଗରେ ଏମାନଙ୍କୁ ପୋଲିସ ଗିରଫ କରିଛି।