ଯାଜପୁର ରୋଡ ମେଡିକାଲରେ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ

ଯାଜପୁର ରୋଡ: ରୋଡ ମେଡିକାଲରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ରୋଗୀ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା କେଶଦୁରାପାଲର କୈଳାସ ଓଝା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କୈଳାସ ବଡବିଲ ସ୍ଥିତ କଳାମାଟି ମାଇନ୍ସରେ କାମ କରୁଥିଲେ । ଗତ ୧୬ ତାରିଖରେ ତାଙ୍କୁ ଜ୍ୱର ହୋଇଥିଲା । ସେ ଚିକିତ୍ସା ଲାଗି ପ୍ରଥମେ କେଡ୍ଡିଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ […]

jajpur

jajpur

Rakesh Mallick
  • Published: Wednesday, 21 October 2015
  • Updated: 21 October 2015, 10:13 AM IST

Sports

Latest News

ଯାଜପୁର ରୋଡ: ରୋଡ ମେଡିକାଲରେ ଆଜି ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ରୋଗୀ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା କେଶଦୁରାପାଲର କୈଳାସ ଓଝା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କୈଳାସ ବଡବିଲ ସ୍ଥିତ କଳାମାଟି ମାଇନ୍ସରେ କାମ କରୁଥିଲେ । ଗତ ୧୬ ତାରିଖରେ ତାଙ୍କୁ ଜ୍ୱର ହୋଇଥିଲା । ସେ ଚିକିତ୍ସା ଲାଗି ପ୍ରଥମେ କେଡ୍ଡିଦୁରାପାଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଘଟିବାରୁ ତାଙ୍କୁ ଯାଜପୁର ରୋଡ ମେଡିକାଲଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ରକ୍ତ ପରୀକ୍ଷା କରାଯିବା ପରେ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡିଛି । ପୂର୍ବରୁ ଏଠାରେ ଦୁଇଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos