ସାଧାରଣତନ୍ତ୍ର ଦିବସ ପାଇଁ ମାଲକାନଗିରିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମାଲକାନଗିରି: ସାଧାରଣତନ୍ତ୍ର ଦିବସ ପାଇଁ ମାଲକାନଗିରିରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମାଓପ୍ରବଣ ଜିଲ୍ଲା ହୋଇଥିବାରୁ ସମସ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ସାଧାରଣତନ୍ତ୍ର ଦିବସ ପାଇଁ ଡିଏନକେ ପଡ଼ିଆରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପରେଡ ମୁଖ୍ୟ ଅତିଥି ଭାବରେ ଖାଦ୍ୟ ଯୋଗଣ ମନ୍ତ୍ରୀ ସଂଜୟ ଦାସବର୍ମା ଜାତୀୟ ପତକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ  ଅଭିବାଦନ ଗ୍ରହଣ କରିବେ। ଏଥିପାଇଁ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୀମାନ୍ତ ଛତିଶଗଡ଼ ଓ ଆନ୍ଧ୍ର ଜଙ୍ଗଲରେ ଏସଓଜି, ଡିଭିଏଫ, ବିଏସଏଫ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି।

ମାଓବାଦୀମାନେ ସାଧାରଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇଥା’ନ୍ତି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ପୋଲିସ ବିଭିନ୍ନ ଗାଡ଼ି ଗୁଡିକୁ ଯାଞ୍ଚ କରୁଛି।