ଜଷ୍ଟିସ ଭବାନୀ ପ୍ରସାଦ ରାୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଜଗତସିଂହପୁର: ଜଷ୍ଟିସ ଭବାନୀ ପ୍ରସାଦ ରାୟଙ୍କର  ଶେଷକୃତ୍ୟ ତାଙ୍କ ପୈତୃକ ଗାଁ ଜଗତସିଂହପୁର ଜିଲ୍ଲା ଶିବପୁରରେ ଆଜି ସମ୍ପନ୍ନ ହୋଇଛି। ହାଇକୋର୍ଟ ପରିସରରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଏକ ବିରାଟ ପଟୁଆରେ ପୈତୃକ ଗାଁ ଜଗତସିଂହପୁର ଜିଲ୍ଲା ଶିବପୁରକୁ ନିଆଯାଇଥିଲା ଜଷ୍ଟିସ ରାୟଙ୍କ ମରଶରୀର। ଗାଁରେ ତାଙ୍କ ମର ଶରୀରକୁ ପରିକ୍ରମା କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ […]

J

J

Rakesh Mallick
  • Published: Friday, 22 April 2016
  • Updated: 22 April 2016, 03:20 PM IST

Sports

Latest News

ଜଗତସିଂହପୁର: ଜଷ୍ଟିସ ଭବାନୀ ପ୍ରସାଦ ରାୟଙ୍କର  ଶେଷକୃତ୍ୟ ତାଙ୍କ ପୈତୃକ ଗାଁ ଜଗତସିଂହପୁର ଜିଲ୍ଲା ଶିବପୁରରେ ଆଜି ସମ୍ପନ୍ନ ହୋଇଛି। ହାଇକୋର୍ଟ ପରିସରରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଏକ ବିରାଟ ପଟୁଆରେ ପୈତୃକ ଗାଁ ଜଗତସିଂହପୁର ଜିଲ୍ଲା ଶିବପୁରକୁ ନିଆଯାଇଥିଲା ଜଷ୍ଟିସ ରାୟଙ୍କ ମରଶରୀର। ଗାଁରେ ତାଙ୍କ ମର ଶରୀରକୁ ପରିକ୍ରମା କରାଯିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ଜଷ୍ଟିସ ଇନ୍ଦ୍ରଜିତ ମହାନ୍ତି, ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ, ଜଷ୍ଟିସ ସଂଗ୍ରାମ ସାହୁ, ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗାଁରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos