ଜାତୀୟ ହସ୍ତତନ୍ତ ସପ୍ତାହ ପାଳିତ

ଖୋର୍ଦ୍ଧା: ଜିଲ୍ଲା କାର୍ଯ୍ୟାଳୟରେ ଜାତୀୟ ହସ୍ତତନ୍ତ ସପ୍ତାହ ପାଳନ ହୋଇଯାଇଛି। ଏଥିରେ ଖୋର୍ଦ୍ଧାର ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ କୃପାସିନ୍ଧୁ ମିଶ୍ର ଏବଂ ସହକାରୀ ବୟନ ଶିଳ୍ପ ନିର୍ଦେଶକ ଯୋଗ ଦେଇଥିଲେ। ଜିଲ୍ଲାର ୨୭୫ ଜଣ ବୁଣାକାରଙ୍କୁ ସୌର ଲଣ୍ଠନ ମାଗଣାରେ ପ୍ରଦାନ କରାଯାଇଛି। ଗତ ଦୁଇବର୍ଷ ଭିତରେ ୮୭୫ ପରିବାରକୁ ସୌର ଲଣ୍ଠନ ଦିଆଯାଇଛି। ଆଗକୁ ଅନ୍ୟ ବୁଣାକାର ପରିବାର ମଧ୍ୟ ଏହି ଯୋଜନାରେ ଉପକୃତ ହେବେ ବୋଲି ଅତିଥିମାନେ କହିଥିଲେ।