ଜଳାଶୟରେ ବୁଡ଼ି ଛାତ୍ର ମୃତ

ଝାରସୁଗୁଡା: ଝାରସୁଗୁଡା ସହର କାପୁମାଲ ନିକଟରେ ଥିବା ଏକ ଜଳାଶୟରେ ଗାଧୋଉ ଥିବା ବେଳେ ପି. ବାଲାର୍ଜୀ (୧୧) ନାମକ ଜଣେ ଛାତ୍ର ବୁଡି ଯାଇ ମୃତ୍ୟୁବରଣ କରିଛି।

ବାଲାର୍ଜୀ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଶଳାଶୟରେ ଖୋଜାଖୋଜି କରି ବାଲାର୍ଜୀଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା।