ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ

ଭଦ୍ରକ: ଅଲ‌ ଓଡିଶା ଅଙ୍ଗନୱାଡି ଲେଡିଜ‌ ୱାରକର୍ସ ଆସୋସିଏଶନ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା କରାଯାଇଥିଲା । ଭାରତୀୟ ମଜଦୁର ସଂଘ ଭଦ୍ରକ ଜିଲ୍ଲା ଜିଲ୍ଲା ସଭାପତି ବିଜୟ ମିଶ୍ର ଏବଂ ଉପସଭାପତି ମନୋଜ ବସନ୍ତ ରାୟଙ୍କ ନେତୃତ୍ୱରେ ଶହ ଶହ ଅଙ୍ଗନୱାଡି କର୍ମୀ ସଂଘର ବାଲଗୋପାଲ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ […]

anganwadi

anganwadi

Rakesh Mallick
  • Published: Monday, 05 October 2015
  • Updated: 05 October 2015, 05:39 PM IST

Sports

Latest News

ଭଦ୍ରକ: ଅଲ‌ ଓଡିଶା ଅଙ୍ଗନୱାଡି ଲେଡିଜ‌ ୱାରକର୍ସ ଆସୋସିଏଶନ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ପ୍ରତିବାଦ ସଭା କରାଯାଇଥିଲା । ଭାରତୀୟ ମଜଦୁର ସଂଘ ଭଦ୍ରକ ଜିଲ୍ଲା ଜିଲ୍ଲା ସଭାପତି ବିଜୟ ମିଶ୍ର ଏବଂ ଉପସଭାପତି ମନୋଜ ବସନ୍ତ ରାୟଙ୍କ ନେତୃତ୍ୱରେ ଶହ ଶହ ଅଙ୍ଗନୱାଡି କର୍ମୀ ସଂଘର ବାଲଗୋପାଲ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଘ ପଦାଧିକାରୀଙ୍କ ସହ

ଅଙ୍ଗନୱାଡି ସଂଘର ସମ୍ପାଦିକା ପ୍ରମିଳା ପାଢ଼ି, ସୁମିତ୍ରା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଅଙ୍ଗନୱାଡି କର୍ମୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ଅଙ୍ଗନୱାଡି କର୍ମୀଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ ନ କରିବା, ମାସିକ ବେତନ ୧୫ହଜାର ଟଙ୍କା ଦେବା, ଅଙ୍ଗନୱାଡିକୁ ଆସୁଥିବା ପିଲାମାନଙ୍କୁ ୨ହଳ ପୋଷାକ ଦେବା, ବିଭିନ୍ନ ଶ୍ରମିକଙ୍କୁ ଦିଆଯାଉଥିବା ସୁବିଧା ପରି ଅଙ୍ଗନୱାଡି କର୍ମୀଙ୍କୁ ଏହି ସୁବିଧା ଯୋଗାଇ ଦେବା ଆଦି ୨୧ଦଫା ଦାବି ଉପସ୍ଥାପନା କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos