ଯୁବକଙ୍କୁ ହତ୍ୟା ମାମଲା: ପୋଲିସ ଅପରାଧୀଙ୍କୁ ଧରିବାରେ ବିଳମ୍ବ ପ୍ରତିବାଦରେ ବଡ଼ଗାଁ ବନ୍ଦ

ସୁନ୍ଦରଗଡ଼:  ଚଳିତ ମାସ ୪ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବସ୍ତିର ଯୁବକ ରମାନନ୍ଦ ସେଠ୍ ଓରଫ ସାନକୁ ଦିନ ଦ୍ୱିପହରରେ କୁଣ୍ଟିଆମୁରା-ମୁକୁନ୍ଦପୁର ରାସ୍ତାରେ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ୨୫ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ହତ୍ୟାକାରୀଙ୍କୁ ଧରିବାରେ ସଫଳ ହୋଇପାରିନାହିଁ। ଫଳରେ ବଡ଼ଗାଁ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ  ଆଜି ବଡ଼ଗାଁରେ ସ୍ଥାନୀୟ ଲୋକେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛନ୍ତି। ଦୋକାନ ବଜାର ବନ୍ଦ ରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।