ଜି.ଉଦୟଗିରି: ବାଲିଗୁଡ଼ା ଏନଏସି ନିର୍ବାଚନ ଲାଗି ୩ ପ୍ରମୁଖ ଦଳର ଜୋରଦାର ପ୍ରଚାର

ଜି.ଉଦୟଗିରି: ଆସନ୍ତା ୧୯ରେ କନ୍ଧମାଳର ବାଲିଗୁଡ଼ା ଏନଏସି ନିର୍ବାଚନ ଅନୁଷ୍ଠିତ ହେବ। ଭୋଟରଙ୍କୁ ମନା‌ଇଁବା ପାଇଁ ୩ ପ୍ରମୁଖ ଦଳର କ୍ୟାମ୍ପେନିଂ ଜୋରସୋରରେ ଚାଲିଛି। ବିଜେଡିର ଷ୍ଟାର୍ କ୍ୟାମ୍ପେନର ଭାବେ ସାଂସଦ ଅନୁଭବ ମହାନ୍ତି, ବିଜେପିର ଶ୍ରୀତମ ଦାସ ଓ କଂଗ୍ରେସ ପକ୍ଷରୁ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଦଳ ସପକ୍ଷରେ ଭୋଟ୍ ଦେବାକୁ ଭୋଟରଙ୍କୁ ମନାଇଁବାରେ ଲାଗିପଡ଼ିଛନ୍ତି। ମୋଟ ୧୩ଟି ୱାର୍ଡକୁ ନେଇ ବାଲିଗୁଡ଼ା ଏନଏସି ଗଠନ ହୋଇଛି।