କଳାହାଣ୍ଡି: ଲାଞ୍ଜିଗଡରୁ ବେଦାନ୍ତ କାରଖାନାକୁ ହଟାଇବା ଦାବିରେ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ସମାବେଶ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରୁ ବେଦାନ୍ତ କାରଖାନାକୁ ହଟାଇବା ଦାବିରେ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ସମାବେଶ କରାଯାଇଛି। ଶନିବାର ନିୟମଗିରିରେ ବସବାସ କରୁଥିବା କଳାହାଣ୍ଡି ଓ ରାୟଗଡା ଜିଲ୍ଲା ହଜାର ହଜାର ଡଙ୍ଗରିଆ ଓ ଝରଣିଆ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଜଗନ୍ନାଥପୁର ଠାରେ ଏକାଠି ହୋଇଥିଲେ। ସେଠାରୁ ସେମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି କମ୍ପାନୀର ମୁଖ୍ୟ ଫାଟକ ପାଖରେ ପହଞ୍ଚି ବେଦାନ୍ତ ବିରୋଧି ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବେଦାନ୍ତ […]

kala-4

kala-4

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 03:08 AM IST

Sports

Latest News

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡରୁ ବେଦାନ୍ତ କାରଖାନାକୁ ହଟାଇବା ଦାବିରେ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ସମାବେଶ କରାଯାଇଛି। ଶନିବାର ନିୟମଗିରିରେ ବସବାସ କରୁଥିବା କଳାହାଣ୍ଡି ଓ ରାୟଗଡା ଜିଲ୍ଲା ହଜାର ହଜାର ଡଙ୍ଗରିଆ ଓ ଝରଣିଆ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଜଗନ୍ନାଥପୁର ଠାରେ ଏକାଠି ହୋଇଥିଲେ। ସେଠାରୁ ସେମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି କମ୍ପାନୀର ମୁଖ୍ୟ ଫାଟକ ପାଖରେ ପହଞ୍ଚି ବେଦାନ୍ତ ବିରୋଧି ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବେଦାନ୍ତ କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ଓ ଆବର୍ଜନା ବିଭିନ୍ନ ଜଳଉତ୍ସରେ ମିଶି ନିୟମଗିରିର ପରିବେଶ ପ୍ରଦ୍ୟୁଷଣ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ବାରମ୍ୱାର ସରକାରଙ୍କୁ ଅବଗତ କରାଯିବା ସତ୍ତ୍ୱେ କିଛି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଆନ୍ଦୋଳନକାରୀମାନେ ଉଦବେଗ ପ୍ରକାଶ କରିଛନ୍ତି। ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଆ ନ ଗଲେ ସେମାନେ କମ୍ପାନୀରେ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos