ଭବାନୀପାଟଣା: ନର୍ଲାରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲା ରୋଡ୍ ରେଳଷ୍ଟେସନ୍ ନିକଟରେ ଆଜି ସକାଳ ୬ଟାରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି। ଫଳରେ ଏହି ରୁଟ୍ ଦେଇ ସମସ୍ତ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ଏହି ମାଲବାହୀ ଟ୍ରେନ୍ ବିଶାଖାପାଟଣାରୁ ରାୟପୁର ଯାଉଥିଲା। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।