ବିଜେପିର ୧୨ ଘଣ୍ଟିଆ କଲମପୁର ବନ୍ଦ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ବେହେରାମୁଣ୍ଡା ନାଳ ଓ କମଳ ନଦୀ ସେତୁର ପ୍ରୋଟେକ୍ସନ୍ ୱାଲ୍ ଧସି ଯାଇଥିବା ଏବଂ ରାଜ୍ୟ ସରକାର ନିରୀହ ଜନସାଧାରଣଙ୍କୁ ରାସନକାର୍ଡ ଫେରାଇବା ପାଇଁ ଭୟଭୀତ କରୁଥିବା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ କଲମପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରି ଦେଇଥିଲେ। ସହରର […]

kalampur

kalampur

Rakesh Mallick
  • Published: Friday, 22 July 2016
  • Updated: 22 July 2016, 11:47 AM IST

Sports

Latest News

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ବେହେରାମୁଣ୍ଡା ନାଳ ଓ କମଳ ନଦୀ ସେତୁର ପ୍ରୋଟେକ୍ସନ୍ ୱାଲ୍ ଧସି ଯାଇଥିବା ଏବଂ ରାଜ୍ୟ ସରକାର ନିରୀହ ଜନସାଧାରଣଙ୍କୁ ରାସନକାର୍ଡ ଫେରାଇବା ପାଇଁ ଭୟଭୀତ କରୁଥିବା ପ୍ରତିବାଦରେ ଆଜି ବିଜେପି ପକ୍ଷରୁ କଲମପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।

ବିଜେପି ଜିଲ୍ଲା ସଭାପତି ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହିତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ବନ୍ଦ କରି ଦେଇଥିଲେ। ସହରର ଦୋକାନବଜାର ବନ୍ଦ ରହିଛି। ଗାଡ଼ି ଚଳାଚଳ ବି ଠପ୍ ହୋଇଯାଇଛି।

କଲମପୁର ଛକରେ ଦଳ ପକ୍ଷରୁ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଲକ୍ଷ୍ମୀକାନ୍ତ ବାଗ, ଚିନ୍ନୟ ବେହେରା, ଭବସିନ୍ଧୁ ମଙ୍ଗରାଜ, ବିଜୟ ସାହୁ, ସୁମନ୍ତ ପଣ୍ଡା ଓ ବିଜୟ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos