କଲ୍ୟାଣସିଂହପୁର: ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନିଖୋଜ ଦୁଇ ଯୁବକଙ୍କ ମୃତଦେହ ନଦୀରୁ ଉଦ୍ଧାର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପଲମା ପଞ୍ଚାୟତ ପଡିଭଟ୍ଟା ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ନିଖଜ ହୋଇଯାଇଥିବା ଦୁଇଜଣ ଯୁବକଙ୍କ ମୃତଦେହ ଶୁକ୍ରବାର ନାଗାବଳୀ ନଦୀରୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଦୁଇଜଣ ହେଲେ କାମନା ହିକକା ଏବଂ ଲାଚେନ୍ଦ୍ର ହିକକା । ଗତ ୨୩ ତାରିଖରେ ନାଗାବଳୀ ନଦୀର କମ୍ଭାରଗୁଡ଼ା ଘାଟକୁ ପ୍ରାୟ ୪୦ ରୁ ୫୦ ଜଣ ଯୁବକ ଗଣେଶ ବିସର୍ଜନ କରିବାକୁ ଯାଇଥିଲେ । ଠାକୁର ବିସର୍ଜନ ବେଳେ ଏମାନେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ଘଟଣା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି ।