କଲ୍ୟାଣସିଂହପୁର: ସିପିଯୋଡ଼ିରେ କଂଗ୍ରେସର ପଦଯାତ୍ରା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁରରେ ଆମ୍ୱ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଛି। ଆଜି କଂଗ୍ରେସ ନେତାମାନେ ସିପିଯୋଡ଼ି ଗାଁକୁ ଯାଇ କାଶୀପୁର ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ପଦଯାତ୍ରା କରିଥିଲେ। କାଶୀପୁରରେ ପହଞ୍ଚିବା ପରେ ଦଳ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା। ଏଥିରେ ପୂର୍ବତନ ସାଂସଦ ଭକ୍ତ ଦାସ, ପ୍ରଦୀପ ମାଝି ଓ କୋରାପୁଟ ବିଧାୟକ କୃଷ୍ଣ ଶଗଡ଼ିଆ ସାମିଲ ହୋଇଥିଲେ। ଦଳ କାଶୀପୁରରେ ଆମ୍ୱ ଟାକୁଆ ଜାଉ […]

congress

congress

Rakesh Mallick
  • Published: Saturday, 24 September 2016
  • Updated: 24 September 2016, 09:08 PM IST

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କାଶୀପୁରରେ ଆମ୍ୱ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣାକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଛି। ଆଜି କଂଗ୍ରେସ ନେତାମାନେ ସିପିଯୋଡ଼ି ଗାଁକୁ ଯାଇ କାଶୀପୁର ପର୍ଯ୍ୟନ୍ତ ପ୍ରାୟ ୬ କିଲୋମିଟର ପଦଯାତ୍ରା କରିଥିଲେ। କାଶୀପୁରରେ ପହଞ୍ଚିବା ପରେ ଦଳ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା।

ଏଥିରେ ପୂର୍ବତନ ସାଂସଦ ଭକ୍ତ ଦାସ, ପ୍ରଦୀପ ମାଝି ଓ କୋରାପୁଟ ବିଧାୟକ କୃଷ୍ଣ ଶଗଡ଼ିଆ ସାମିଲ ହୋଇଥିଲେ।

ଦଳ କାଶୀପୁରରେ ଆମ୍ୱ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା ପ୍ରତିବାଦ କରିବା ସହିତ ସରକାରଙ୍କ ବିଫଳତାକୁ ଦର୍ଶାଇ ଏହି କାର୍ଯ୍ୟକ୍ରମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos