ଭୁବନରୁ କୁଖ୍ୟାତ ଡକାୟତ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ପୋଲିସ ଟିପିଲେଇ ଗାଁରୁ କୁଖ୍ୟାତ ଡକାୟତ ଜଳଧର ସାମଲକୁ ଗତକାଲି ରାତିରେ ଗିରଫ କରିଛି। ତାଙ୍କଠାରୁ ବିପୁଳ ପରିମାଣର ମଦ ଓ ମାରଣାସ୍ତ୍ର ପୋଲିସ୍‌ ଜବତ କରିଛି। ଜଳଧର ନାଁରେ ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ଏକାଧିକ ମାମଲା ରହିଛି।