କାମାକ୍ଷାନଗର:ମାଈ ହାତୀର ଗଳିତ ଦେହ ଠାବ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବାଙ୍ଗୁରା ଜଙ୍ଗଲରେ ଏକ ମାଈ ହାତୀର ଗଳିତ ମୃତଦେହକୁ ଆଜି ଠାବ କରାଯାଇଛି। ୧୦ ଦିନର ଅଧିକ ହେବ ହାତୀଟି ସେଠାରେ ମରି ପଡ଼ିଥିବା ଅନୁମାନ କରାଯାଉଛି। ହାତୀଟିକୁ ପ୍ରାୟ ୨୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ହାତୀଟିର ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।