କାମାକ୍ଷାନଗର: ଟ୍ରକ୍ ଓ ମିନି ଟ୍ରକ୍ ଧକ୍କା, ଜଣେ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଚୁଳିଆ ନିକଟରେ ଆଜି ଭୋରରେ ଏକ ଟ୍ରକ୍ ଓ ମିନି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗଗନ ବେହେରା। ସେ ମିନି ଟ୍ରକ୍‌ରେ ବସିଥିଲେ। ତାଙ୍କ ଘର କଟକର ବୟାଳିଶ ମୌଜାରେ।

ମିନି ଟ୍ରକ୍ ଡ୍ରାଇଭର ମନୁଜ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି।