କାମାକ୍ଷାନଗର: ୧୧ ଦଫା ଦାବି ନେଇ ପରଜଙ୍ଗ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଯୁବ କଂଗ୍ରେସ ସୋମବାର ୧୧ ଦଫା ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖାଉଟି ସାମଗ୍ରୀ ବିକ୍ରିରେ ଅନିୟମିତତା, ଦଦରା ଘାଟି ଡ୍ୟାମ୍ ବିସ୍ଥାପିତଙ୍କୁ ପଟା ପ୍ରଦାନ ଦାବି ନେଇ କଂଗ୍ରେସ କର୍ମୀମାନେ ସରାଙ୍ଗଠାରୁ ଏକ ବିରାଟ ଶୋଭାଯାତ୍ରା  କରିଥିଲେ। ପରେ ପରଜଙ୍ଗ ବଜାରକୁ ୧ ଘଣ୍ଟା  ପାଇଁ ଅବରୋଧ କରିଥିଲେ। ଏ ନେଇ ଏକ ଦାବିପତ୍ର ଅତିରିକ୍ତ ତହସିଲଦାରଙ୍କୁ  ପ୍ରଦାନ କରିଥିଲେ। ଖୁବଶୀଘ୍ର ଦାବି ଗୁଡ଼ିକ ପୂରଣ କରା ନ […]

kamakhyanagara

kamakhyanagara

Rakesh Mallick
  • Published: Monday, 08 February 2016
  • Updated: 08 February 2016, 02:32 PM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଯୁବ କଂଗ୍ରେସ ସୋମବାର ୧୧ ଦଫା ବ୍ଳକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଖାଉଟି ସାମଗ୍ରୀ ବିକ୍ରିରେ ଅନିୟମିତତା, ଦଦରା ଘାଟି ଡ୍ୟାମ୍ ବିସ୍ଥାପିତଙ୍କୁ ପଟା ପ୍ରଦାନ ଦାବି ନେଇ କଂଗ୍ରେସ କର୍ମୀମାନେ ସରାଙ୍ଗଠାରୁ ଏକ ବିରାଟ ଶୋଭାଯାତ୍ରା  କରିଥିଲେ। ପରେ ପରଜଙ୍ଗ ବଜାରକୁ ୧ ଘଣ୍ଟା  ପାଇଁ ଅବରୋଧ କରିଥିଲେ। ଏ ନେଇ ଏକ ଦାବିପତ୍ର ଅତିରିକ୍ତ ତହସିଲଦାରଙ୍କୁ  ପ୍ରଦାନ କରିଥିଲେ। ଖୁବଶୀଘ୍ର ଦାବି ଗୁଡ଼ିକ ପୂରଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବା ସହ ପରଜଙ୍ଗ ଦେଇ ଯାଉଥିବା ନେତା ଓ ମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos