କନ୍ଧମାଳ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା କରାଯାଉ: ବିଜୟ ମହାପାତ୍ର

କନ୍ଧମାଳ: ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ପ୍ରଭାବତି ଘୋଷଣା କରିବା ସହ ଚାଷୀଙ୍କୁ ୪ଟି ଶ୍ରେଣୀରେ ବିଭକ୍ତ କରି ସହାୟତା ଦେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ମରୁଡି ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପରେ ଫୁଲବାଣୀରେ ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜନୈତିକ ବ୍ୟାପର କମିଟି ଅଧ୍ୟକ୍ଷ ବିଜୟ ମହାପାତ୍ର ଦାବି କରାଯାଇଛି । ମହାପାତ୍ର ଅଭିଯୋଗ କରିଛନ୍ତି, ମରୁଡି ସ୍ଥିତି ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ବରଂ ସରକାରୀ କୃତ। ଅନ୍ୟପକ୍ଷେ ଚାଷୀ ଆତ୍ମହତ୍ୟା ନେଇ ଆସିଥିବା ୪୮ ଅଭିଯୋଗର ତଦନ୍ତ କରାଯାଇ କେଉଁ ଚାଷୀ ଚାଷ ଯୋଗୁ ଆତ୍ମହତ୍ୟା କରିଛି ସେ ନେଇ ସଠିକ ତଥ୍ୟ ସରକାର ରଖିବେ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି।