କନ୍ଧମାଳ: ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା

କନ୍ଧମାଳ: କନ୍ଧମାଳ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଛନ୍ତି। ସେ ଫୁଲବାଣୀରେ ଆଇଟିଆଇ, ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେହିପରି ଟିକାବାଲି-ଚକାପାଦ ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତୀକରଣ, ନୂଆଗାଁ ବ୍ଲକରେ ବିଲାବାଡିରେ ପାଇପ୍ ଜଳଯୋଗାଣ କାମର ମଧ୍ୟ ତଦାରଖ କରିଥିଲେ। ପରିମଳ ପାଇଁ ପୁରସ୍କୃତ ହୋଇଥିବା ବିଲାବାଡି ଗାଁର ଆଦିବାସୀ […]

kandhamala

kandhamala

Rakesh Mallick
  • Published: Tuesday, 06 October 2015
  • Updated: 06 October 2015, 04:41 PM IST

Sports

Latest News

କନ୍ଧମାଳ: କନ୍ଧମାଳ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିଛନ୍ତି। ସେ ଫୁଲବାଣୀରେ ଆଇଟିଆଇ, ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେହିପରି ଟିକାବାଲି-ଚକାପାଦ ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତୀକରଣ, ନୂଆଗାଁ ବ୍ଲକରେ ବିଲାବାଡିରେ ପାଇପ୍ ଜଳଯୋଗାଣ କାମର ମଧ୍ୟ ତଦାରଖ କରିଥିଲେ। ପରିମଳ ପାଇଁ ପୁରସ୍କୃତ ହୋଇଥିବା ବିଲାବାଡି ଗାଁର ଆଦିବାସୀ ଯୁବତୀ ମନୀଶାରାଣୀ ପ୍ରଧାନଙ୍କୁ ମଧ୍ୟ ପାଢ଼ୀ ଭେଟିଥିଲେ। ଆସନ୍ତାକାଲି ସେ ବାଲିଗୁଡ଼ା ଓ କୋଟଗଡ଼ରେ ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos