କନ୍ଧମାଳରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ, ଦାରିଙ୍ଗିବାଡିରେ ଶୀତ ଲହରୀ

କନ୍ଧମାଳ: କନ୍ଧମାଳରେ ବଢୁଛି ଶୀତର ପ୍ରକୋପ। ଗତ ୩ଦିନ ହେଲା ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହୁଛି ପୁରା ପରିବେଶ। ବିଶେଷକରି ଦାରିଙ୍ଗିବାଡିରେ ଅଧିକ ଶୀତ ଅନୁଭୂତ ହେଉଛି। ସକାଳ ଶୀତର ମଜ୍ଜା ନେବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। କେହି କେହି ମର୍ଣ୍ଣିଂ ୱାକ୍ ଓ ବ୍ୟାୟାମ କରୁଛନ୍ତି ତ ଆଉ କିଏ ଚା’ ଦୋକାନରେ ଭିଡ଼ ଜମାଉଛନ୍ତି। ଶୀତ ଆସିଲେ କନ୍ଧମାଳରେ ପ୍ରକୃତି ଅପରୂପ […]

daringi-badi-re-sita-ra-lahari

daringi-badi-re-sita-ra-lahari

Rakesh Mallick
  • Published: Wednesday, 09 December 2015
  • Updated: 09 December 2015, 06:03 PM IST

Sports

Latest News

କନ୍ଧମାଳ: କନ୍ଧମାଳରେ ବଢୁଛି ଶୀତର ପ୍ରକୋପ। ଗତ ୩ଦିନ ହେଲା ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁଛି। ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇ ରହୁଛି ପୁରା ପରିବେଶ। ବିଶେଷକରି ଦାରିଙ୍ଗିବାଡିରେ ଅଧିକ ଶୀତ ଅନୁଭୂତ ହେଉଛି। ସକାଳ ଶୀତର ମଜ୍ଜା ନେବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। କେହି କେହି ମର୍ଣ୍ଣିଂ ୱାକ୍ ଓ ବ୍ୟାୟାମ କରୁଛନ୍ତି ତ ଆଉ କିଏ ଚା’ ଦୋକାନରେ ଭିଡ଼ ଜମାଉଛନ୍ତି।

ଶୀତ ଆସିଲେ କନ୍ଧମାଳରେ ପ୍ରକୃତି ଅପରୂପ ବେଶ ଧାରଣ କରିଥାଏ। ଘନ କୁହୁଡି ସାଙ୍ଗକୁ ତୁଷାର ପାତ ଏହାକୁ ଆକର୍ଷଣୀୟ କରିଥାଏ। ଘଞ୍ଚ ଜଙ୍ଗଲ ଉପରେ ଚାଦର ପରି ପଡିଥିବା ତୁଷାର ବୁନ୍ଦା ଦୂରରୁ ଦେଖିବା ବେଶ ମନଲୋଭା। ଏପରି ଦୃଶ୍ୟର ମଜ୍ଜା ନେବାକୁ ଏଠାକୁ ପର୍ଯ୍ୟଟକମାନେ ଛୁଟି ଆସିଥାନ୍ତି। ତେବେ ଚଳିତବର୍ଷ ଡିସେମ୍ବର ଦ୍ୱିତୀୟ ସପ୍ତାହ ହୋଇଯାଇଥିଲେ ମଧ୍ୟ ସେପରି ଶୀତ ଅନୁଭୂତ ହେଉ ନ ଥିଲା। ଗତ ୩ଦିନ ହେବ ଜିଲ୍ଲାରେ ଶୀତ ବଢିଛି। ଆଗକୁ ଏହା ଆହୁରି ବଢ଼ିବ ଯାହା ଜିଲ୍ଲାକୁ ଅଧିକରୁ ଅଧିକ ପର୍ଯ୍ୟଟକକୁ ଆକୃଷ୍ଟ କରିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସୂଚନାଯୋଗ୍ୟ, ନଭେମ୍ୱର ଶେଷ ସପ୍ତାହରୁ କନ୍ଧମାଳରେ ଶୀତ ଅନୁଭୁତ ହେଲାଣି। ତେବେ ଗତ ତିନି ଦିନ ହେଲା ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି। ତେବେ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ଦାରିଙ୍ଗିବାଡ଼ିରେ ତାପମାତ୍ରା ଫୁଲବାଣୀଠାରୁ ୨ଡିଗ୍ରୀ କମ୍ ରହୁଛି ବୋଲି କହିଛନ୍ତି ପାଣିପାଗ ନିରୀକ୍ଷକ ସନ୍ତୋଷ ପଟ୍ଟନାୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos