କେନ୍ଦ୍ରପଡ଼ାରେ ମିନି ଷ୍ଟାଡିୟମ ଉଦଘାଟନ କଲେ ସାଂସଦ ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆର.ଏନ ହାଇସ୍କୁଲ ନିକଟରେ ନୂଆ କରି ନିର୍ମିତ ମିନି ଷ୍ଟାଡିୟମକୁ ଆଜି ସାଂସଦ ବୈଜୟନ୍ତ ପଣ୍ଡା ଉଦଘାଟନ କରିଛନ୍ତି। ସାଂସଦଙ୍କ ପାଣ୍ଠିରୁ ୨୭ ଲକ୍ଷ ଟଙ୍କା ବ୍ୟୟରେ ଏହି ଷ୍ଟାଡିୟମ ନିର୍ମିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ ପ୍ରତାପ ଦେବ, ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ବିଜେଡ଼ି ନେତା ବିକାଶ ଦାଶ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସାଂସଦ ବୈଜୟନ୍ତ ପଣ୍ଡା ବିଭିନ୍ନ ସମସ୍ୟା ସମ୍ପର୍କରେ  ସାଧାରଣ ଲୋକଙ୍କୁ ପଚାରି ବୁଝିଥିଲେ।