ପ୍ରେସର କୁକର ଫାଟି ୩ ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶି ହଳଦିଆ ଉର୍ଦ୍ଦୁ ପ୍ରକଳ୍ପ ୟୁପି ସ୍କୁଲରେ ପ୍ରେସର କୁକର ଫାଟି ଦୁଇ ଜଣ ରୁଷେୟା ଓ ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଆହତମାନେ ମିନତୀ ସାହୁ, ଦେବକୀ ବେହେରା ଓ ୫ମ ଶ୍ରେଣୀ ଛାତ୍ରୀ ସୋନାଲୀ ରାଉତ। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିନତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବା ବେଳେ ଛାତ୍ରୀ ଜଣକ ସାମାନ୍ୟ ଆହତ ହୋଇଛନ୍ତି।