କେନ୍ଦୁଝର: ସରକାରୀ ଧାର୍ଯ୍ୟ ଭଡା ଦିଆ ନ ଯିବା ପ୍ରତିବାଦରେ ଧର୍ମଘଟ

କେନ୍ଦୁଝର: ଟ୍ରକ, ଟିପ୍ପର ସଂଘର ଧର୍ମଘଟ ଯୋଗୁଁ ଯୋଡ଼ାରେ ଖଣିଜ ପରିବହନ ଠପ୍ ହୋଇଯାଇଛି। ସରକାର ଧାର୍ଯ୍ୟ କରିଥିବା ଭଡା ନ ମିଳିବା ପର୍ଯ୍ୟନ୍ତ ଏହି ଧର୍ମଘଟ ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି। ଧର୍ମଘଟରେ ୩୮ଶହ ଗାଡି ମାଲିକଙ୍କ ୫ ହଜାର ଟ୍ରକ, ଟିପ୍ପର ଏଥିରେ ସାମିଲ ହୋଇଛନ୍ତି।

ସରକାରୀ ଧାର୍ଯ୍ୟଠାରୁ ଖଣି ମାଲିକ କମ ଭଡା ଦେଉଥିବା ଅଭିଯୋଗରେ ଏହି ଧର୍ମଘଟ ଡାକରା ଦିଆଯାଇଛି।