କେନ୍ଦୁଝର : ହାତୀ ଆକ୍ରମଣରେ ବାଳିକା ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ଭୂୟା ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ କମଙ୍ଗ କମଙ୍ଗା ଗାଁରେ ହାତୀ ଆକ୍ରମଣରେ ଜଣେ ବାଳିକାର ମୃତ୍ୟୁ ହୋଇଛି। ମୃତ ବାଳିକା ନାଁ ହେଉଛି ଅନୀତା ଦେହୁରୀ। ସେ ରାତିରେ ଶୌଚ ପାଇଁ ଯାଇଥିବା ବେଳେ ହାତୀ ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି।