କେନ୍ଦୁଝର ମ୍ୟୁନିସିପାଲ ଅନାସ୍ଥା ପ୍ରସ୍ତାବ ମାମଲାର ଶୁଣାଣି ଶେଷ, ରାୟ ସଂରକ୍ଷିତ

କେନ୍ଦୁଝର: କେନ୍ଦୁଝର ମ୍ୟୁନିସିପାଲିଟିରେ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଆଗତ ମାମଲାର ଶୁଣାଣି ଶେଷ ହୋଇ ରାୟ ସଂରକ୍ଷିତ ରହିଛି। ଏ ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି ହାଇକୋର୍ଟରେ ଚାଲି ଥିବାରୁ କୋର୍ଟଙ୍କ ରାୟ ଆସିବା ପର୍ଯ୍ୟନ୍ତ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି କମିଶନ।

ଆଜି କମିଶନଙ୍କ ଚୂଡାନ୍ତ ଶୁଣାଣି ବେଳେ ଉଭୟ ପକ୍ଷର ଓକିଲ ଉପସ୍ଥିତ ରହି ଯୁକ୍ତି ଉପସ୍ଥାପନ କରିଥିଲେ। ଆଜିର ଶୁଣାଣିକୁ ନେଇ ଉଭୟ ପକ୍ଷ ସନ୍ତୁଷ୍ଟ ଅଛନ୍ତି ଓ ରାୟ ସେମାନଙ୍କ ସପକ୍ଷରେ ଯିବ ବୋଲି ଆଶା ରଖିଛନ୍ତି କହିଛନ୍ତି।